*ଖବର ଆଜିର*

ତାରିଖ ୨୪/୦୬/୨୦୨୩ ଶନି ବାର ।

ଡବ୍ଲୁଟିଓରେ ନିଜ ଛଅ ବ୍ୟବସାୟୀକ ବିବାଦ ଶେଷ କରିବେ ଭାରତ-ଆମେରିକା, ମିଳିଲା ଉଭୟ ଦେଶର ସହମତି ।


ବିରୋଧୀ ବୈଠକ ପରେ ଆପ୍‌ର ପୁଣି ଟାର୍ଗେଟ୍, କଂଗ୍ରେସ ସହ ମେଣ୍ଟ କରିବା କଷ୍ଟସାଧ୍ୟ କହିଲା ଦଳ ।


କଳାହାଣ୍ଡିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ‘ଗରିବ କଲ୍ୟାଣ ମହାସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର; ମୋଦୀଙ୍କ ୯ ବର୍ଷ ଶାସନର ରିପୋର୍ଟ କାର୍ଡ ଦେଲେ ଜେପି ନଡ୍ଡା ।


ୟୁକ୍ରେନରେ ରକ୍ତପାତ ରୋକିବାକୁ ସବୁ ପ୍ରକାର ଚେଷ୍ଟା କରାଯିବା ଉଚିତ, ଏହି ସମୟ ଯୁଦ୍ଧର ନୁହେଁ: ମୋଦୀ ।


ବିଶ୍ବସ୍ତରୀୟ ହେବ ନନ୍ଦନକାନନ: ଦୁଇଟି ପର୍ଯ୍ୟାୟରେ ହେବ ରୂପାନ୍ତର, ପିଲାଙ୍କ ପାଇଁ ପ୍ରକୃତି ଶିକ୍ଷାକୁ ଗୁରୁତ୍ବ ।


ସାମ୍ବାଦିକଙ୍କ ଚାପୁଡା ମାରିଲେ ପାକିସ୍ତାନ ଅର୍ଥମନ୍ତ୍ରୀ । ଆଇଏମଏଫ ଋଣ ସମ୍ବନ୍ଧିତ ପ୍ରଶ୍ନରେ ରାଗିଯାଇ ସାମ୍ବାଦିକଙ୍କୁ ଇଶାକ ଡାରଙ୍କ ଦୁର୍ବ୍ୟବହାର ।


ପୁଣି ବିବାଦରେ ଟ୍ୱିଟର ମାଲିକ ଏଲନ ମସ୍କ । ବୋନସ ଆତ୍ମସାତ ଅଭିଯୋଗରେ ମାମଲା ରୁଜୁ ।


ଟାଇଟାନିକ ଜାହଜ ଧ୍ୱଂସାବଶେଷ ଦେଖିବାକୁ ଯାଇ ଆଉ ଫେରିଲାନି ଟାଇଟନ । ନିଖୋଜ ବୁଡ଼ାଜାହଜ ଠାବ, ସମସ୍ତ ୫ ଯାତ୍ରୀ ମୃତ ।



ମହାପ୍ରଭୁଙ୍କ ନାଁରେ ଠକେଇ। ଶ୍ରୀମନ୍ଦିରରେ ଭୋଗ ଲଗାଇବା ପାଇଁ ଅନଲାଇନରେ ବିଜ୍ଞାପନ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ।


ପାଟନା ବିରୋଧୀଙ୍କ ବୈଠକ ଭିତରେ ଜୋରଦାର ହେଲା ବୟାନବାଜୀ । ଅମିତ ଶାହାଙ୍କ କଟାକ୍ଷର ଜବାବ ରଖିଲେ ରାହୁଲ ଗାନ୍ଧୀ। 


ଅଧାଅଧି ଗାଡ଼ିରେ ଲାଗିନି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍। 


ମୋଦୀଙ୍କ ଭାଷଣକୁ ବର୍ଜନ କରିଥିବା ସାଂସଦଙ୍କ ଉପରେ ବର୍ଷିଲେ ନିକି ହାଲି ।


ରତ୍ନବେଦିରୁ ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରା ଅବସରରେ ମହାପ୍ରଭୁ ଶୁକ୍ରବାର ଦିନ ଅଗଣିତ ଭକ୍ତଙ୍କୁ ଜନ୍ମବେଦି(ଆଡ଼ପ ମଣ୍ଡପ)ରୁ ଦର୍ଶନ ଦେଇଛନ୍ତି।  


ତୁରନ୍ତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ। 


ସାଂସଦଙ୍କୁ ଠାରୁ ସମ୍ମାନିତ ହେବାର ତୁରନ୍ତ ପରେ ଚାକିରିରୁ ବିଦା ହେଲେ ମହିଳା ବସ୍‌ ଡ୍ରାଇଭର। ତାମିଲନାଡୁ କୋଏମ୍ବାଟୁର୍‌ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।


ରାଜ୍ୟର ସବୁ ଅଞ୍ଚଳକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ: ଟ୍ୱିନ୍ ସିଟି ପାଇଁ ଆଲର୍ଟ ଜାରି। 


ଦିନରେ ଶସ୍ତା, ରାତିରେ ମହଙ୍ଗା ହେବ ବିଦ୍ୟୁତ: ସରକାର ଆଣିବାକୁ ଯାଉଛନ୍ତି ନୂଆ ନିୟମ। 


ସୁପ୍ରଭାତ ,ଶୁଭ ସକାଳ ।